Monday, April 16, 2018

"OCTOBER" movie Review By Sunil Kumar Dash

ଭୁବନେଶ୍ୱର, ଏପ୍ରିଲ ୧୩ସିନେମା ସମୀକ୍ଷା – ‘ଅକ୍ଟୋବର’
Sunil Kumar Dash 

ରେଟିଙ୍ଗ୍-୪/୫ 
କଳାକାର-ବରୁଣ ଧବନ, ବନୀତା ସଂଧୁ
ନିର୍ଦ୍ଦେଶକ-ସୁଜିତ ସରକାର
ସମୟ- ୧ ଘଂଟା ୫୫ ମିନିଟ୍
କାହିଁକି ଦେଖିବେ- ପ୍ରେମର ଏକ ନୂଆ ପରିଭାଷା ସିନେମା ମାଧ୍ୟମରେ ଅତି ସୁନ୍ଦର ଭାବରେ ପରିବେଷଣ କରାଯାଇଛି।
ପ୍ରକୃତ ପ୍ରେମର କୌଣସି ଭାଷା ନଥାଏ, କୌଣସି ଉତ୍ତର ନଥାଏ, ପ୍ରେମ ଏକ ନୀରବ ଭାବନା। ଏଭଳି ଏକ କାହାଣୀର ସିନେମା ହେଉଛି ‘ ଅକ୍ଟୋବର’ ।  ସିନେମାର ଆରମ୍ଭରୁ ପ୍ରେମକୁ ବୁଝିବାକୁ ସମୟ ଲାଗିବ କିନ୍ତୁ ଧିରେ ଧିରେ ସିନେମାର କାହାଣୀ ଆଗକୁ ବଢ଼ିଲେ ଆପଣ ଏହାର ଗଭୀରତା ଭିତରେ ନିଜେ ହଜିବାକୁ ଲାଗିବେ। ସିନେମାଟି ଏକ ସର୍ତ୍ତ ବିହୀନ ପ୍ରେମକୁ ବାଖ୍ୟା କରୁଛି ।
ହୋଟେଲ ମ୍ୟାନେଜମେଂଟର ପାଠ ପଢ଼ୁଥିବା ଡ୍ୟାନ୍ (ବରୁଣ ଧବନ) ଏକ ପଂଚତାରକା ହୋଟେଲରେ ଇଂଟର୍ନସିପ୍ କରୁଥାଏ । ସେ ନିଜ ଜୀବନର କୌଣସି କାମକୁ ଗମ୍ଭୀରତାର ସହ ନି ଏନାହିଁ । କିନ୍ତୁ ତା’ର ଏକ ରେସ୍ତୋରାଁ ଖୋଲିବାର ସ୍ୱପ୍ନ ଥାଏ । ନିଜର ଖାମଖିଆଲି ସ୍ୱଭାବ କାରଣରୁ କାମରୁ ବିତାଡିତ ହେବାର ଭୟ ମଧ୍ୟ ତା’ର ଥାଏ । ଅନ୍ୟପଟେ ତା’ର କ୍କାସମେଟ ଶିଉଳୀ (ବନୀତା ସଂଧୁ) ଡ୍ୟାନର ବିପରୀତ ସ୍ୱଭାବର ଅର୍ଥାତ ପରିଶ୍ରମୀ ଓ ଅନୁଶାସିତ ସ୍ୱଭାବର। ଏହି ଭିତରେ ଦୁଇଜଣଙ୍କ ଭିତରେ ଏକ ଅଜଣା ସମ୍ପର୍କ ଗଢ଼ି ଉଠିଥାଏ। ହଠାତ୍ ଗୋଟେ ଦିନ ଶୀଉଳୀର ଦୁର୍ଘଟଣା ଘଟେ ଓ ସେ କୋମା ଅବସ୍ଥାକୁ ଚାଲି ଯାଏ । ଦୁର୍ଘଟଣା ପୂର୍ବରୁ ଶିଉଳୀ ଡ୍ୟାନ୍ ବିଷୟରେ ପଚାରୁଥିବାର ଜାଣିବାକୁ ପାଇବ ଡ୍ୟାନ। ଡ୍ୟାନ ଶିଉଳୀ ସହ ଦେଖା କରିବାକୁ ଇଛା କରୁଥିବା ବେଳେ ଶିଉଳୀର କୋମାକୁ ଚାଲିଯିବା ଘଟଣା ଡ୍ୟାନ ଉପରେ ବହୁତ ପ୍ରଭାବ ପକାଏ । ଜଣେ ୨୧ ବର୍ଷର ଯୁବକ ବିନା ସ୍ୱାର୍ଥରେ ଜଣେ କୋମା ପିଡ଼ୀତାର ସେବା କରିବାର କାହାଣୀକୁ ନେଇ ସିନେମାଟି ଗତି କରୁଛି।
ସାଧାରଣତଃ ବରୁଣ ଧୱନକୁ ଦର୍ଶକେ ନାଚ-ଗୀତ, ରୋମାନ୍ସ, ଫାଇଟ୍ କରିବାର ଦେଖିଛନ୍ତି କିନ୍ତୁ ଏହି ସିନେମାଟିରେ ବରୁଣଙ୍କର  ଭାଷା ଶୈଳ ଓ ନିଖୁଣ ଅଭିନୟତା ଦେଖବାକୁ ପାଇବେ। ଏଥିରେ ନବାଗତା ବନିତା ସଂଧୁଙ୍କର୍ ଅଭିନୟକୁ ଦର୍ଶକମାନେ ଖୁବ ପସନ୍ଦ କରୁଛନ୍ତି।
report.sunildash@gmail.com
report_sunildash@twitter.com

No comments:

Post a Comment