Tuesday, April 17, 2018

ମୁଁ ଭାରତୀୟ _ Sunil Kumar Dash #Iamdskumar

Sunil Kumar Dash







ବହୁ ବର୍ଷ ଧରି ଉତ୍କଳ ବିଶ୍ଵବିଦ୍ୟାଳୟ ଭଳି ପବିତ୍ର ଶିକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କ ଅଧିକାର, ସ୍ବାର୍ଥ ଓ ଭବିଷ୍ୟତ ପାଇଁ ରାଜନୀତି ହୋଇ ଆସୁଛି। କିନ୍ତୁ ଗତ କିଛି ମାସ ଧରି କିଛି ନିର୍ଦ୍ଦିଷ୍ଟ ପିଲା ନିଜର ରାଜନୈତିକ ସ୍ବାର୍ଥ ପାଇଁ ବାଣୀବିହାରରେ ଜାତି ବାଦକୁ ନେଇ ରାଜନୀତି କରୁଛନ୍ତି ଯାହା ସମସ୍ତ ବିଶ୍ବବିଦ୍ୟାଳୟ ପାଇଁ ଏକ ବଡ଼ ବିପଦ ର ସୂଚନା। ଏଣୁ ଜାତିବାଦକୁ ନଷ୍ଟ କରିବା ପାଇଁ ମୁଁ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଓ ରାଜନୈତିକ ଦଳଗୁଡିକୁ ଅନୁରୋଧ କରୁଛି। ଆମେ ଭାରତୀୟ.।
report.sunildash@gmail.com

Monday, April 16, 2018

"OCTOBER" movie Review By Sunil Kumar Dash

ଭୁବନେଶ୍ୱର, ଏପ୍ରିଲ ୧୩ସିନେମା ସମୀକ୍ଷା – ‘ଅକ୍ଟୋବର’
Sunil Kumar Dash 

ରେଟିଙ୍ଗ୍-୪/୫ 
କଳାକାର-ବରୁଣ ଧବନ, ବନୀତା ସଂଧୁ
ନିର୍ଦ୍ଦେଶକ-ସୁଜିତ ସରକାର
ସମୟ- ୧ ଘଂଟା ୫୫ ମିନିଟ୍
କାହିଁକି ଦେଖିବେ- ପ୍ରେମର ଏକ ନୂଆ ପରିଭାଷା ସିନେମା ମାଧ୍ୟମରେ ଅତି ସୁନ୍ଦର ଭାବରେ ପରିବେଷଣ କରାଯାଇଛି।
ପ୍ରକୃତ ପ୍ରେମର କୌଣସି ଭାଷା ନଥାଏ, କୌଣସି ଉତ୍ତର ନଥାଏ, ପ୍ରେମ ଏକ ନୀରବ ଭାବନା। ଏଭଳି ଏକ କାହାଣୀର ସିନେମା ହେଉଛି ‘ ଅକ୍ଟୋବର’ ।  ସିନେମାର ଆରମ୍ଭରୁ ପ୍ରେମକୁ ବୁଝିବାକୁ ସମୟ ଲାଗିବ କିନ୍ତୁ ଧିରେ ଧିରେ ସିନେମାର କାହାଣୀ ଆଗକୁ ବଢ଼ିଲେ ଆପଣ ଏହାର ଗଭୀରତା ଭିତରେ ନିଜେ ହଜିବାକୁ ଲାଗିବେ। ସିନେମାଟି ଏକ ସର୍ତ୍ତ ବିହୀନ ପ୍ରେମକୁ ବାଖ୍ୟା କରୁଛି ।
ହୋଟେଲ ମ୍ୟାନେଜମେଂଟର ପାଠ ପଢ଼ୁଥିବା ଡ୍ୟାନ୍ (ବରୁଣ ଧବନ) ଏକ ପଂଚତାରକା ହୋଟେଲରେ ଇଂଟର୍ନସିପ୍ କରୁଥାଏ । ସେ ନିଜ ଜୀବନର କୌଣସି କାମକୁ ଗମ୍ଭୀରତାର ସହ ନି ଏନାହିଁ । କିନ୍ତୁ ତା’ର ଏକ ରେସ୍ତୋରାଁ ଖୋଲିବାର ସ୍ୱପ୍ନ ଥାଏ । ନିଜର ଖାମଖିଆଲି ସ୍ୱଭାବ କାରଣରୁ କାମରୁ ବିତାଡିତ ହେବାର ଭୟ ମଧ୍ୟ ତା’ର ଥାଏ । ଅନ୍ୟପଟେ ତା’ର କ୍କାସମେଟ ଶିଉଳୀ (ବନୀତା ସଂଧୁ) ଡ୍ୟାନର ବିପରୀତ ସ୍ୱଭାବର ଅର୍ଥାତ ପରିଶ୍ରମୀ ଓ ଅନୁଶାସିତ ସ୍ୱଭାବର। ଏହି ଭିତରେ ଦୁଇଜଣଙ୍କ ଭିତରେ ଏକ ଅଜଣା ସମ୍ପର୍କ ଗଢ଼ି ଉଠିଥାଏ। ହଠାତ୍ ଗୋଟେ ଦିନ ଶୀଉଳୀର ଦୁର୍ଘଟଣା ଘଟେ ଓ ସେ କୋମା ଅବସ୍ଥାକୁ ଚାଲି ଯାଏ । ଦୁର୍ଘଟଣା ପୂର୍ବରୁ ଶିଉଳୀ ଡ୍ୟାନ୍ ବିଷୟରେ ପଚାରୁଥିବାର ଜାଣିବାକୁ ପାଇବ ଡ୍ୟାନ। ଡ୍ୟାନ ଶିଉଳୀ ସହ ଦେଖା କରିବାକୁ ଇଛା କରୁଥିବା ବେଳେ ଶିଉଳୀର କୋମାକୁ ଚାଲିଯିବା ଘଟଣା ଡ୍ୟାନ ଉପରେ ବହୁତ ପ୍ରଭାବ ପକାଏ । ଜଣେ ୨୧ ବର୍ଷର ଯୁବକ ବିନା ସ୍ୱାର୍ଥରେ ଜଣେ କୋମା ପିଡ଼ୀତାର ସେବା କରିବାର କାହାଣୀକୁ ନେଇ ସିନେମାଟି ଗତି କରୁଛି।
ସାଧାରଣତଃ ବରୁଣ ଧୱନକୁ ଦର୍ଶକେ ନାଚ-ଗୀତ, ରୋମାନ୍ସ, ଫାଇଟ୍ କରିବାର ଦେଖିଛନ୍ତି କିନ୍ତୁ ଏହି ସିନେମାଟିରେ ବରୁଣଙ୍କର  ଭାଷା ଶୈଳ ଓ ନିଖୁଣ ଅଭିନୟତା ଦେଖବାକୁ ପାଇବେ। ଏଥିରେ ନବାଗତା ବନିତା ସଂଧୁଙ୍କର୍ ଅଭିନୟକୁ ଦର୍ଶକମାନେ ଖୁବ ପସନ୍ଦ କରୁଛନ୍ତି।
report.sunildash@gmail.com
report_sunildash@twitter.com

Sunday, April 15, 2018

ଜମ୍ମୁ କଶ୍ମୀରର କଠୁଆ ମାମଲା- ଦୁଷ୍କର୍ମ ନI ହତ୍ୟା ! _ Sunil Kumar Dash #Iamdskumar

ବଳାତ୍କାର ନିହାତି ଏକ ଘୃଣ୍ୟ କାମ ଓ ବଳାତ୍କାରୀମାନଙ୍କୁ କଠିନରୁ କଠିନ ଦଣ୍ଡ ଦେବା ପାଇଁ ମୋତେ ମୋ ଧର୍ମ ଶିକ୍ଷା ଦିଏ। ‌ଜଣେ ଆଠ ବର୍ଷର ନାବାଳିକାର ବଳାତ୍କାର ହୋଇଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇ ପାରିଲା ନାହିଁ କିନ୍ତୁ ଜଣେ ମୁସଲମାନ ଝିଅର ବଳାତ୍କାର ହିନ୍ଦୁ ମନ୍ଦିର ଭିତରେ ହିନ୍ଦୁମାନେ କରିଛନ୍ତି ଚର୍ଚ୍ଚାର ବିଷୟ ପାଲଟିଗଲା। ଏଥିରୁ ଆମ ମାନସିକତା ସ୍ପଷ୍ଟ ଭାବେ ବୁଝି ହୋଇ ଯାଉଛି। ଜାନୁଆରୀ ମାସର ଦୁଖ ଏପ୍ରିଲ ମାସରେ ଲୁହର ରୁପ ନେବାର କାରଣ କଣ ? ଏହା ହତ୍ଯା ନା ବଳାତ୍କାର ନା ରାଜନୈତିକ ହିନ୍ଦୁ ବିରୋଧୀ ଷଡଯନ୍ତ୍ର? ଯଦି ପ୍ରକୃତରେ ଅସଫାର ବଳାତ୍କାର ହୋଇଥାଏ ତାକୁ ନିଶ୍ଚିତ ନ୍ୟାୟ ମିଳିବ ଓ ଦୋଷୀମାନଙ୍କୁ ନିଶ୍ଚିତ ଭାବରେ ଦଣ୍ଡ ମିଳିବ ।
Contact Us_
Sunil Kumar Dash 
report.sunildash@gmail.com